Categories: ଜାତୀୟ

ଆଜି ପ୍ରଧାନମନ୍ତ୍ରୀଙ୍କ ଟୁଇଟର ବାର୍ତ୍ତା: ରାଜ୍ୟପାଳଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩।୪: କରୋନା ସଂକ୍ରମଣ ରୋକିବା ଲାଗି ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ପୂର୍ବାହ୍ନ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଛୋଟ ଭିଡିଓ ମେସେଜ ଶେୟାର କରିବେ। ଏନେଇ ମୋଦି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିପରି କରୋନା ମୁକାବିଲା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ମଧ୍ୟ ରାଷ୍ଟ୍ରପତି ଭବନରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକମାନଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ।

Share