Categories: ବାଣିଜ୍ୟ

ଆଜି ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଆର୍ଥିକ ବିକାଶକୁ ଗତିଶୀଳ କରିବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି, ବ୍ୟାଙ୍କ,ଏନ୍‌ବିଏଫ୍‌ସିରେ ସୃଷ୍ଟି ହୋଇଥିବା ନଗଦ ସଙ୍କଟ ଦୂର ସହ ରପ୍ତାନି ବୃଦ୍ଧି ଉପରେ ସେ ବଜେଟରେ ଜୋର୍‌ ଦେଇପାରନ୍ତି। ଏହାଛଡ଼ା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପୁଞ୍ଜି ନିବେଶ, ମଧ୍ୟବିତ୍ତଙ୍କ ହାତରେ ଅଧିକ ଅର୍ଥ ଦେବା ଲକ୍ଷ୍ୟରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ରିହାତି ପ୍ରଦାନ ଆଦି ମଧ୍ୟ ତାଙ୍କ ପାଇଁ ବଡ଼ ଆହ୍ବାନ ହେବ। ଏହାଛଡ଼ା କୃଷି କ୍ଷେତ୍ର ମୋଦି ସରକାରଙ୍କ ପ୍ରାଥମିକତା ହୋଇଥିବା ଦୃଷ୍ଟିରୁ ଚାଷୀଙ୍କ ଆୟ ବଢ଼ାଇବା ଲାଗି ବଜେଟରେ ବ୍ୟବସ୍ଥା କରିବା ତାଙ୍କ ପାଇଁ ଚାଲେଞ୍ଜ ହୋଇପାରେ। ମୌସୁମୀକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା କାରଣରୁ ଫସଲ ଉତ୍ପାଦନ ଚଳିତ ବର୍ଷ ହ୍ରାସ ପାଇବା ସମ୍ଭାବନା ଥିବାରୁ ଦରଦାମ ବଢ଼ିବା ଯୋଗୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଲାଗି ବଜେଟରେ ସେ ଗୁରୁତ୍ୱ ଦେଇପାରନ୍ତି।

Share