ଆଜି ବନକଲାଗି: ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ,୧୩।୧୧:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ତାଙ୍କ ସୂଚନା ମୁତାବକ, ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ବନ୍ଦ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ତିଆରି ପ୍ରସାଧନରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ବନକଲାଗି ପରେ ପୁଣି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସେଁପୁରରେ ଜମୁଛି ଧନୁଯାତ୍ରା ମହୋତ୍ସବ

ଭବାନୀପାଟଣା,୩୦ା୧୨ (ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସେଁପୁର ଦୁର୍ଗାମଣ୍ଡପ ପଡିଆରେ ଗୁରୁବାରଠାରୁ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଜମିବାରେ ଲାଗିଛି। ଗ୍ରାମବାସୀଙ୍କ...

ଜାନୁଆରୀ ୧ରୁ ଓଡ଼ିଶାରୁ ୭ ସହରକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର,୩୦।୧୨(ଅନିଲ ଦାସ): ଆସନ୍ତା ଜାନୁୟାରୀ ପହିଲାରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ୪ଟି ସହରକୁ ଏବଂ ଜାନୁଆରୀ ୩ ତାରିଖରୁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ...

ବଦଳିବ ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ : ୪୬ ପ୍ରକଳ୍ପ ଉନ୍ନତୀକରଣ ପାଇଁ ୪୪ କୋଟିର ପ୍ରସ୍ତାବ

ଭବାନୀପାଟଣା,୩୦ା୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଥିବା ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ...

୫୦ ଟଙ୍କା ପାଇଁ ଲକ୍ଷେ ୨୦ ହଜାର ତଣ୍ଡ ଗଣିବେ ବିଦେଶୀ ମଦ ଦୋକାନୀ

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ):  ୫୦ଟଙ୍କା ପାଇଁ ଜଣେ ମଦ ଦୋକାନୀ ଲକ୍ଷେ ୨୦ହଜାର ଟଙ୍କା ତଣ୍ଡ ଗଣିବେ। ଖାଉଟି ଅଦାଲତଙ୍କ ଦ୍ୱାରା ରବିବାର ପ୍ରକାଶ ପାଇଥିବା...

କ୍ରିପ୍ଟୋ କରେନ୍ସି ନାଁରେ ୧ ଲକ୍ଷ ଠକେଇ

ବ୍ରହ୍ମପୁର,୩୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ଟଙ୍କା ଠକେଇ ହୋଇଛି। ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି...

ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ

ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍‌ ଡିଭିଜନ ନାଭାଲ ଏନ୍‌ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ...

Featured Video Play Icon

୨୪ ଘଣ୍ଟା ପରେ ଆହୁରି ଖସିବ ପାରଦ

ନୂଆବର୍ଷରୁ ରାଜ୍ୟକୁ ପୁଣି ଫେରିବ ଶୀତ ।୨୪ ଘଣ୍ଟା ପରେ ରାଜ୍ୟରେ ଆହୁରି ଖସିବ ପାରଦ । ଏବେ ପାରଦ ଖସିବା ସହ ଅନୁଭୂତ ହେଉଛି...

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍

ଭୁବନେଶ୍ୱର,୩୦।୧୨: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦୁଇଟି ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ ମୁମ୍ବାଇରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri