Categories: ବାଣିଜ୍ୟ

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୫-୬: ବୁଧବାର ଇଦଉଲଫିତର ପଡୁ ଥିବାରୁ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦଶ, ଚଣ୍ଡୀଗଡ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା,ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ଜୁନ ୧୫ରେ ଓଡ଼ିଶାରେ ରଜ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ ବୋଲି ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ପକ୍ଷରୁ ସୂଚନା ରହିଛି। ସେହିଭଳି ୬ ତାରିଖ ଦିନ ଇଦ ଲାଗି ଗୁଜରାଟରେ ବ୍ୟାଙ୍କ ବନ୍ଦ ରହିବ। ଏହା ବାଦ ୬ ତାରିଖରେ ହରିୟାଣାରେ ମହାରାଣାପ୍ରତାପ ଜୟନ୍ତି ରହିବା ଯୋଗୁ ସେଠାରେ ମଧ୍ୟ ବ୍ୟାଙ୍କ ସେବା ବନ୍ଦ ରହିବ। ଜୁନ ୧୭ରେ ବିହାର ଏବଂ ହରିୟାଣାରେ କବିର ଜୟନ୍ତି ଯୋଗୁ ସେବା ବନ୍ଦ ରହୁଥିବା ସୂଚନା ରହିଛି।

Share