ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଚଳିତ ମାସ ୨୯ରେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଜେଡିର କ’ଣ ରଣନୀତି ରହିବ, ସେ ନେଇ ସଂସଦୀୟ ଦଳ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ପୂର୍ବାହ୍ନ ୧୧ଟା ୨୫ ମିନିଟ୍‌ରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଉଭୟ ସଦନରେ ଦଳର ରଣନୀତି ନେଇ ଆଲୋଚନା ହୋଇପାରେ।

Share