ଆଜି ବିଜେପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡିଶା ଆସିବେ। ସେ ସକାଳ ୧୧ଟାରେ ବରଗଡ ଜିଲା ଗାଇସିଲଟ ବ୍ଲକ ତଳପାଲିଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ଏହାପରେ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ଶୋ’ରେ ସାମିଲ ହେବେ। ଏହି ରୋଡ ଶୋ’ ବିଜେପୁର ଏବଂ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମହୁଲପାଲି ଛକ, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଗସ୍ତ କରିବେ ବୋଲି ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଅପରାହ୍ନ ୪ଟାରେ ବରପାଲି ବ୍ଲକ ଅଗଲପୁରଠାରେ ସେ ଏକ ସାଧାରଣ ସଭାରେ ଯୋଗଦେଇ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି। ଅନ୍ୟପଟେ ଭାଜପା ବିଜେପୁର ପାଇଁ ପ୍ରକାଶ କରିଥିବା ଷ୍ଟାର କ୍ୟାମ୍ପେନର ତାଲିକାରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନାମ ରଖିଛି। ନଡ୍ଡା ଆସନ୍ତା ୧୮ରେ ଓଡିଶା ଗସ୍ତରେ ଆସିବେ ବୋଲି ଶୁଣିବାକୁ ମିଳୁଛି। ସେହିପରି ଆହୁରି କେତେଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ପ୍ରଚାରକ ତାଲିକାରେ ରହିଥିବା ବେଳେ ସେମାନଙ୍କ କାର୍ଯ୍ୟକ୍ରମ ନେଇ ଅଦ୍ୟାବଧି କୌଣସି ସୂଚନା ମିଳିପାରି ନାହିଁ।

Share