ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା। ପ୍ରାତଃ ୫ଟା ୪୩ରେ ମା’ଙ୍କର ମଙ୍ଗଳ ଆଳତି ହେବା ପରେ ୬ଟାରେ ସୂର୍ଯ୍ୟ ପୂଜା ଓ ଦ୍ୱାରପୂଜା ହୋଇଥିଲା। ଏହାପରେ ୮ଟାରୁ ବିଜୟା ଦଶମୀ ପୂଜାରମ୍ଭ ହୋଇଥିଲା। ସେପଟେ ଦଶହରା ପାଇଁ ଘରେ ଘରେ ପିଠାପଣାର ଆସର ଜମିଛି।

Share