ଆଜି ବିଧାନସଭାରେ ପାଳନ ହେବ ୭୦ତମ ସମ୍ବିଧାନ ଦିବସ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଭାରତର ୭୦ତମ ସମ୍ବିଧାନ ଦିବସ ମଙ୍ଗଳବାର ସାରା ଦେଶରେ ଅନୁଷ୍ଠିତ ହେବ। ସେହି ଅନୁଯାୟୀ ଏହି ଦିବସ ଓଡିଶା ବିଧାନସଭାରେ ମଧ୍ୟ ଅନୁଷ୍ଠିତ ହେବ। ଏହା ପାଳନ କରାଯିବା ଲାଗି ନୀତିଗତ ନିଷ୍ପତ୍ତି ନିଆଯାଇଛି। ଓଡିଶା ବିଧାନସଭାର କନ୍‌ଫରେନ୍ସିଂ ହଲ୍‌ରେ ଦିନ ୧୨ଟା ୧୫ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ଏଥିରେ ସମସ୍ତ ଦଳର ସଦସ୍ୟମାନଙ୍କୁ ଯୋଗଦେବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ନିର୍ଦ୍ଦେଶ ଦେଇଛନ୍ତି।

Share