ଆଜି ବି ଚାଲିବ ପରୀକ୍ଷା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆଜି ଅର୍ଥାତ୍‌ ଶୁକ୍ରବାର ଏକ ପରୀକ୍ଷା ସ୍ପେଶାଲ ଟ୍ରେନ୍‌ ଚାଲିବ। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଟ୍ରେନ୍‌ଟି ପୁରୀରୁ ଟାଟା ନଗର ପର୍ଯ୍ୟନ୍ତ ଚାଲିବ। ଟ୍ରେନ୍‌ଟି ସନ୍ଧ୍ୟା ୭ଟାରେ ପୁରୀ ଛାଡିବାକୁ ଥିବାବେଳେ ଏହା ଭୁବନେଶ୍ୱର ଓ ଭଦ୍ରକ ଦେଇ ଯିବ। ଟ୍ରେନ୍‌ର ସମସ୍ତ ବଗି ଜେନେରାଲ କୋଚ ରହିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ କୁହାଯାଇଛି।

Share