ପୁରୀ ଅଫିସ,୧୭।୮: ପୁରୀ ବେଳାଭୂମିର ବ୍ଲୁ ଫ୍ଲାଗ୍ ବିଚରେ ଶନିବାର ପୂର୍ବାହ୍ନ ୧୦.୨୦ରୁ ୧୧ ଟା ଯାଏ ଫୁଲ ଡ୍ରେସ ସୂର୍ଯ୍ୟକରଣ ଏୟାର ଶୋ’ ରିହର୍ସାଲ ହେବ। ୧୮ ତାରିଖରେ ପାଗ ଖରାପ ରହିବା ନେଇ ଆଶଙ୍କା ଥିବାରୁ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ଏହି ଏୟାର ଶୋ’ଆଜି ଅନୁଷ୍ଠିତ ହେବ। ତେବେ ପାଗ ଠିକ ରହିଲେ, ରବିବାର ଆଉ ଥରେ ଏୟାର ଶୋ’ କରାଯିବ ବୋଲି ପୁରୀ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଆସି ବ୍ୟବସ୍ଥାମାନ କରାଯାଇଛି। ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏକ ଶୋ’ ଆୟୋଜନ କରାଯାଉଥିବାରୁ ଲୋକେ ଉତ୍ସାହିତ ଅଛନ୍ତି।