Posted inଜାତୀୟ

ଆଜି ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଘଟିବ ଅନ୍ତ। ମାସାଧିକ କାଳ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ(ଇଭିଏମ୍‌)ରେ ବନ୍ଦ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ୟ ଗୁରୁବାର ଫିଟିବ। ୨୦୧୯ ନିର୍ବାଚନ ମହାସମର ଫଳାଫଳ ପ୍ରକାଶ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୮ଟାରୁ ରାଜ୍ୟର ୬୩ଟି ଗଣତି କେନ୍ଦ୍ରରେ ଭୋଟ ଗଣନା କରାଯିବ । ୨୧ଟି ଲୋକ ସଭା ଓ ୧୪୬ଟି ବିଧାନସଭା ଆସନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ମୋଟ ୧୩୦୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ। ଚଳିତ ନିର୍ବାଚନରେ ୨୧ଟି ଲୋକ ସଭା ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୭୪ ଏବଂ ୧୪୬ଟି ବିଧାନସଭା ସିଟ୍‌ରେ ୧ ହଜାର ୧୨୭ ଜଣ ପ୍ରାର୍ଥୀ ନଜ ଭାଗ୍ୟ ଫଳକୁ ଚାହିଁ ରହିଛନ୍ତି । କାହା ମୁଣ୍ଡରେ ମତଦାତା ସୁନାକଳସ ଢାଳିଛନ୍ତି ସେ ସବୁର ଚିତ୍ର ସ୍ପଷ୍ଟ ହୋଇଯିବ। ୬୩ଟି ଗଣନା କେନ୍ଦ୍ର(କାଉଣ୍ଟିଂ ସେଣ୍ଟର)ରେ ମୋଟ ୧୫୨ଟି କାଉଣ୍ଟିଂ ହଲ କରାଯାଇଛି। ପ୍ରତ୍ୟେକ ହଲରେ ବିଧାନସଭା ପାଇଁ ୭ଟି ଓ ଲୋକ ସଭା ପାଇଁ ୭ଟି ଟେବୁଲ ରହିଛି । ପ୍ରତ୍ୟେକ ହଲରେ ସର୍ବନିମ୍ନ ୧୫ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ସମୁଦାୟ ୨୪୬୨ ଟେବୁଲରେ ଭୋଟ ଗଣତି ହେବ। ଭୋଟ ଗଣତି ପାଇଁ ପ୍ରାୟ ୬୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରଥମେ ଇଲେକ୍ଟ୍ରୋନିକାଲି ଟ୍ରାନ୍ସମିଟେଡ ପୋଷ୍ଟାଲ ବାଲାଟ ସିଷ୍ଟମ (ଇଟିପିବିଏସ) ଏବଂ ପୋଷ୍ଟାଲ ବାଲାଟକୁ ଗଣାଯିବ। ଏହା ପରେ ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ବ୍ୟବହୃତ ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରାଏଲ(ଭିଭିପିଏଟି)ସ୍ଲିପ ଗଣନା କରାଯିବ। ଗଣନା କାର୍ଯ୍ୟକୁ ଅଧିକ ସ୍ବଚ୍ଛ ଓ ନିରାପଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀର ୫ଟି ବୁଥର ଭିଭିପିଏଟିକୁ ଇଭିଏମ୍‌ ମେଶିନ ସହିତ ଗଣତି କରାଯାଇ ଟାଲି କରାଯିବ। ଯଦି ଭିଭିପିଏଟି ସହିତ ଇଭିଏମର ଟାଲି ନ ହେବ ସେଠାରେ ଭିଭିପିଏଟିର ସ୍ଲିପକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ। ଭିଭିପିଏଟି ଗଣନା ପାଇଁ ବ୍ୟାଙ୍କଗୁଡିକରେ ଥିବା ଟ୍ରେଲର କାଉଣ୍ଟର ଭଳି କାଉଣ୍ଟର କରାଯାଇଛି। ଚଳିତ ଥର ଏକାସାଙ୍ଗରେ ବିଧାନସଭା ଓ ଲୋକ ସଭା ପାଇଁ ଗଣନା କରାଯିବ ନାହିଁ। ଗୋଟିଏ ପରେ ଗୋଟିଏ ଇଭିଏମ ଗଣନା ହେବ। ଏଥିଯୋଗୁ ଭୋଟ ଗଣତି କାର୍ଯ୍ୟ ଲମ୍ବା ସମୟ ଧରି ଚାଲିବ। ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବନିମ୍ନ ୧୯ଟି ରାଉଣ୍ଡ ଓ ବଲାଙ୍ଗୀର ଜିଲାର ପାଟଣାଗଡରେ ସର୍ବାଧିକ ୪୯ ରାଉଣ୍ଡ ଗଣନା ହେବ ବୋଲି ଆକଳନ କରାଯାଇଛି। ତେବେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ହାରାହାରି ୩୦ ରାଉଣ୍ଡ ଭୋଟ ଗଣତି ହେବ। ପୋଷ୍ଟାଲ ବାଲାଟ ଗଣା ହେବାର ଅଧଘଣ୍ଟା ପରେ ଇଭିଏମ ଗଣନା ଆରମ୍ଭ ହେବ। ପ୍ରତ୍ୟେକ ରାଉଣ୍ଡରେ ୧୪ଟି ଇଭିଏମ ଗଣାଯିବ। ଏହା ପରେ ପ୍ରଥମ ରାଉଣ୍ଡ ଫଳାଫଳ ଘୋଷଣା କରାଯିବ। ଓଡ଼ିଶାରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ପ୍ରଥମେ ବିଧାନସଭାର ୭ଟି ଟେବୁଲରେ ଗଣନା ହେବ। ଏହା ପରେ ଲୋକ ସଭା ପାଇଁ ଗଣତି ଆରମ୍ଭ ହେବ। ରିଟର୍ନିଂ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଣନା କରାଯିବ ଓ ପ୍ରତ୍ୟେକ ରାଉଣ୍ଡ ଫଳାଫଳ ଘୋଷଣା କରାଯିବ। ଭୋଟ ଗଣତିରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ସକାଶେ ପ୍ରତ୍ୟେକ ଗଣନା କେନ୍ଦ୍ରରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ ମାଇକ୍ରୋ ଅବଜରଭର(କେନ୍ଦ୍ର ସରକାରଙ୍କ କର୍ମଚାରୀ/କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀ)ଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ସମସ୍ତ କାର୍ଯ୍ୟକୁ ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ସେ କହିଛନ୍ତି ଯେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୯୯ ପ୍ରତିଶତ ଗଣନା କେନ୍ଦ୍ରକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଅତିକମରେ ଗଣନା କେନ୍ଦ୍ରରେ ୧୪ରୁ ୧୫ ଘଣ୍ଟା ବସିବାକୁ ପଡିବ। ଅଧିକ ପୋଷ୍ଟାଲ ବାଲାଟ ଏବଂ ଭିଭିପିଏଟି ଗଣନା କରାଯାଉଥିବାରୁ ଚଳିତ ଥର ଭୋଟ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହେବ । ସମସ୍ତ କାଉଣ୍ଟିଂ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରତ୍ୟେକ ଭୋଟ ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟ ପୋଲିସ ଓ କେନ୍ଦ୍ର ସୁରକ୍ଷା ବଳଙ୍କୁ ଗଣନା କେନ୍ଦ୍ର ନିକଟରେ ମୁତୟନ କରାଯାଇଛି। ଭୋଟ ଗଣନା କେନ୍ଦ୍ରକୁ ମୋବାଇଲ ଫୋନ୍‌ କିମ୍ବା କୌଣସି ପ୍ରକାର ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପ୍ରତ୍ୟେକ ହଲରେ ସିସିଟିଭି କ୍ୟାମେରା, ଭିଡିଓଗ୍ରାଫି କରାଯିବା ବ୍ୟବସ୍ଥା ହୋଇଛି। ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା କରାଯାଇଛି। ଯେପରି କୌଣସି ବିଦ୍ୟୁତ ଜନିତ ଅସୁବିଧା ନ ହେବ ସେଥିପାଇଁ ପାଓ୍ବାର ବ୍ୟାକଅପ ବ୍ୟବସ୍ଥା ହୋଇଛି। ଅଗ୍ନିନିରାପତ୍ତା ବ୍ୟବସ୍ଥା ମଧ୍ୟ ହୋଇଛି। ଭୋଟ ଗଣନାର ଟ୍ରେଣ୍ଡ ଜାଣିବା ଓ ଖବର ସଂଗ୍ରହ ନିମନ୍ତେ ସିଇଓଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ହଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର

ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ...

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ...

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri