Categories: ଖେଳ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍‌

ମୁମ୍ବାଇ,୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର ଅଧିନାୟକ ହେବେ। ଏଥିସହ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ ରାହୁଲ ଏବଂ ରିଷଭ ପନ୍ତଙ୍କ ଭଳି ଖେଳାଳି ଟି-୨୦ ସିରିଜରେ ଦଳର ଅଂଶ ହେବେ ନାହିଁ। ଏହା ପରେ ରୋହିତ ଶର୍ମା ଏକଦିବସୀୟ ସିରିଜରେ ଦଳର ଦାୟିତ୍ୱ ଗ୍ରହଣ କରିବେ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟ ସା ୭ଟାରୁ ଆରମ୍ଭ ହେବ। ଏଥି ସହିତ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଏହି ମ୍ୟାଚ ସିଧା ପ୍ରସାରଣ ହେବ। ଦର୍ଶନମାନେ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ଲାଇଭ ଷ୍ଟ୍ରିମିଂ ଦେଖିପାରିବେ। ଏହା ବ୍ୟତୀତ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ମାଗଣା ଲାଇଭ ପ୍ରସାରଣ ଦେଖିପାରିବେ। ତେବେ ଉଭୟ ଦଳ ଏହି ମ୍ୟାଚ ପାଇଁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଥିବାବେଳେ ଦାଶୁନ ଶାନାକା ଶ୍ରୀଲଙ୍କା ଦଳର ନେତୃତ୍ୱ ନେବେ।
ଭାରତ ଏବଂ ଶ୍ରୀଲଙ୍କାର ଦଳ ଏପର୍ଯ୍ୟନ୍ତ ଟି-୨୦ ୨୬ ଥର ମୁହାଁମୁହିଁ ହୋଇଛନ୍ତି। ଏହି ୧୭ଟି ମ୍ୟାଚରେ ଭାରତୀୟ ଦଳ ଜିତିଥିବାବେଳେ ୮ଟି ମ୍ୟାଚ ଶ୍ରୀଲଙ୍କା ସପକ୍ଷରେ ଯାଇଛି। ଏଥି ସହିତ ଟିମ ଇଣ୍ଡିଆ ୱାଙ୍ଖେଡେରେ ଚାରୋଟି ଟି-୨୦ ମ୍ୟାଚ ଖେଳିଛି। ଏଠାରେ ଭାରତକୁ ଦୁଇଟିରେ ବିଜୟ ଏବଂ ଦୁଇଟିରେ ପରାଜୟର ସାମ୍ନା କରିବାକୁ ପଡିଛି।

 

Share