ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର, ୧।୬(ବ୍ୟୁରୋ): ଶନିବାର ଓଡ଼ିଶାରେ ପହଞ୍ଚିବ ଅନ୍ତର୍ଜାତୀୟ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର। ରାତି ପ୍ରାୟ ୯ଟାରେ ତାଙ୍କ ମୃତଦେହ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି। ତାଙ୍କର ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ରାତି ୧୦ଟା ଯାଏ ରଖାଯିବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପ୍ରକାଶ ଯେ, ୫୩ ବର୍ଷୀୟା କଳ୍ପନା ଦାଶ ଗତ ୨୨ ତାରିଖରେ ଏଭେରେଷ୍ଟରୁ ଓହ୍ଲାଇବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୀର୍ଘ ଦିନ ଧରି ତାଙ୍କର ମୃତ ଶରୀର ସେଠାରେ ପଡ଼ି ରହିବା ପରେ ଓଡ଼ିଶା ସରକାରଙ୍କ ଚେଷ୍ଟାରେ ଶୁକ୍ରବାର ନେପାଳ କାଠମାଣ୍ଡୁରେ ପହଞ୍ଚିଲା।

Share