ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୭-୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏବଂ ମନ୍ତ୍ରୀପରିଷଦ ବୈଠକ ବସିବ। ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ମନ୍ତ୍ରୀପରିଷଦ ବୈଠକ ବସିବାର କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଛି। ଏଥିରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଚଳିତ ମାସ ୧୮ରେ ଆଗତ ହେବାକୁ ଥିବା ବଜେଟକୁ ଅନୁମୋଦନ କରାଯିବ। ସେହିପରି ପରିଷଦ ବୈଠକ ବସିବା ପରେ ୧୨ଟା ୧୫ ମିନିଟ୍‌ରେ କ୍ୟାବିନେଟ୍‌ ଅନୁଷ୍ଠିତ ହେବ। ଏଥିରେ ୭ରୁ ୮ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ବାଜିବାର ସମ୍ଭାବନା ରହିଛି।

Share