ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ

ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁକ୍ରବାର ରାତି ପ୍ରାୟ ୯ଟା ୧୦ରେ ଶାହା ପୁରୀରେ ପହଞ୍ଚତ୍ଥିଲେ । ତାଙ୍କୁ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ ପ୍ରମୁଖ ସ୍ବାଗତ କରିଥିଲେ। ପରେ ଜିଲାସ୍ତରୀୟ ଦଳୀୟ ନେତୃତ୍ୱମାନେ ଶାହାଙ୍କୁ ସ୍ବାଗତ କରିବା ସହ ସାକ୍ଷାତ୍‌ କରିଥିଲେ। ହୋଟେଲ ମେ ଫେୟାରରେ ସେ ରାତ୍ରିଯାପନ କରିଛନ୍ତି। ଏଥିପାଇଁ ହୋଟେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶନିବାର ସକାଳେ ଶାହା ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହାପରେ ସେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Share