ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ: ମନ୍ଦିରରେ ନାହିଁ ଭକ୍ତଙ୍କ ଭିଡ଼

ଭୁବନେଶ୍ବର,୧୩ା୪(ବ୍ୟୁରୋ) : ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ। ଏଥିସହିତ ଓଡ଼ିଆ ନବବର୍ଷ ମଧ୍ୟ। ମାତ୍ର କରୋନା ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ କୌଣସି ମନ୍ଦିରରେ ଭିଡ଼ ନାହିଁ। ଚାରିଆଡ଼େ ଖାଁ ଖାଁ। ଲୋକେ ଘରେ ରହି ଭଗବାନଙ୍କୁ ସୁମରଣା କରିଛନ୍ତି। ସେହିପରି କ୍ୟାଲେଣ୍ଡର୍‌ରେ ପଣାସଂକ୍ରାନ୍ତି ହେଉଛି ଓଡ଼ିଆ ନବବର୍ଷର ପ୍ରଥମ ଦିନ। ଏହିଦିନରୁ ଓଡ଼ିଆ ନୂଆ ପାଞ୍ଜି ପ୍ରଚଳନ ହୋଇଥାଏ।
ପୁରାଣ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟ ଭାଗକୁ ଚାଲି ଆସନ୍ତି। ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ।

Share