ଆଜି ମହାଶିବରାତ୍ରି: ଜାଣନ୍ତୁ ଉପବାସଧାରୀ କ’ଣ ଖାଇବା ଉଚିତ

ଆଜି ମହାଶିବରାତ୍ରି। ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଭକ୍ତମାନେ ଏହିଦିନ ଉପବାସ ରହି ମହାଦେବଙ୍କ ଉପାସନା କରିଥାନ୍ତି। ଏପରି କି ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିବେ। ଫାଲ୍‌ଗୁନ ଚତୁର୍ଦ୍ଦଶୀରେ ଶିବରାତ୍ରି ପଡ଼ିଥାଏ। ଏହିଦିନ ମହାଦେବ ଓ ପାର୍ବତୀଙ୍କ ବିବାହ ହୋଇଥିଲା। ଏହିଦିନକୁ ନିଷ୍ଠାର ଶହ ପାଳନକଲେ ଭଗବାନ୍‌ ମହାଦେବ ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଜାଣନ୍ତୁ ଏହିଦିନରେ କ’ଣ ଖାଇବା ଉଚିତ ।

ଏହିଦିନରେ ଫଳ ଓ ଚା’ ସେବନ କରିପାରିବେ। ତେବେ ବ୍ରତଧାରୀମାନେ ଭାତ, ଡାଲି, ତେଲରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଖାଇବା ଉଚିତ ହୋଇ ନ ଥାଏ। ଏହା ମଧ୍ୟ କୁହାଯାଇଥାଏ ଶ୍ରଦ୍ଧାଳୁ ଫଳ,ଦହି, କଫି ଓ ଚା’ ସେବନ କରିପାରିବେ।

ଶିବ ପାର୍ବତୀଙ୍କ ଏହି ବିବାହ ଦିନରେ ଲୋକ ଉଜାଗର ରହି ନିର୍ଜଳବ୍ରତ ମଧ୍ୟ ରଖିଥାନ୍ତି। ତେବେ କେତେଜଣ ଶ୍ରଦ୍ଧାଳୁ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇଥାନ୍ତି। ସାଗୁ ଦାନାର ଖେଚୁଡ଼ି ଖାଇବା ଉଚିତ। ହେଲେ ଏହା ଘିଅରେ ପ୍ରସ୍ତୁତ ହୋଇଥିବା ଜରୁରୀ।

ଏହାଛଡ଼ା ସିଝା ମୁଗ, ଫଳ, ସାଗୁ ଚକଟା ମଧ୍ୟ ଖାଇପାରିବେ। କ୍ଷୀର ଜାତୀୟ ପାନୀୟ ମଧ୍ୟ ପିଇପାରିବେ।