ଆଜି ମା’ଙ୍କ ମହାନବମୀ ପୂଜା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ସୋମବାର ପୂଜା ମଣ୍ଡପଗୁଡ଼ିକରେ ଉତ୍ସାହର ସହ ଚାଲିଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା। ପ୍ରାତଃ ୫ଟା ୩୨ରେ ମଙ୍ଗଳ ଆଳତି, ପ୍ରାତଃ ୬ରୁ ୮ଟା ୫ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ସାଢ଼େ ୮ଟାରୁ ମହାନବମୀ ବିହିତ ପୂଜାରମ୍ଭ ହୋଇଥିଲା। ଏହା ପରେ ସାଢ଼େ ୧୦ଟାରୁ ମହତ ପୂଜା ହୋମ, ନବାହ୍ନ ଭୋଗ ଓ ପୁଷ୍ପାଞ୍ଜଳି ଦିଆଯାଇଥିଲା। ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଭକ୍ତଙ୍କୁ ଖେଚୁଡ଼ି ଭୋଗ ଦିଆଯାଉଛି। ନବମୀରେ ମା’ଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭିଡ଼ ଜମିଛି। ସେପଟେ ପୂଜାର ପ୍ରତି ମୁହୂର୍ତ୍ତକୁ ସାଉଁଟି ରଖିବା ପାଇଁ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ସେଲ୍‌ଫି ନେବା ପାଇଁ ଭୁଲୁନାହାନ୍ତି। ଭୁବନେଶ୍ୱରର ୧୭୧ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି। ସେହିପରି କଟକରେ ୧୬୭ଟି ମଣ୍ଡପରେ ମା’ଦୁର୍ଗା ଓ ହରପାର୍ବତୀଙ୍କ ପୂଜା ଚାଲିଛି। ସେହପରି ବିଭିନ୍ନ ଶକ୍ତିପୀଠରେ ଦଶମୀ ପୂଜା ରୀତିନୀତି ଅନୁଯାୟୀ କରାଯାଉଛି।

Share