ଆଜି ରାଜ୍ୟରୁ ୧୬୩୭ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା-କଟକରୁ କମୁନି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ସୋମବାର ରାଜ୍ୟରୁ ୧୬୩୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୬୯,୧୮୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୬୮୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୦ ଏବଂ ଅନୁଗୋଳରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୫୭, ବରଗଡ଼ ୧୧, ଭଦ୍ରକ ୭୧, ବଲାଙ୍ଗୀର ୮, ବୌଦ୍ଧ ୯, ଦେବଗଡ଼ ୪, ଢେଙ୍କାନାଳ ୫୦, ଗଞ୍ଜାମ ୧୬, ଜଗତସିଂହପୁର ୮୫, ଯାଜପୁର ୮୦, ଝାରସୁଗୁଡ଼ା ୬, କଳାହାଣ୍ଡି ୭, କନ୍ଧମାଳ ୩୬, କେନ୍ଦ୍ରାପଡ଼ା ୭୬, କେନ୍ଦୁଝର ୧୮, କୋରାପୁଟ ୯, ମାଲକାନଗିରି ୯, ମୟୂରଭଞ୍ଜ ୭୫, ନବରଙ୍ଗପୁର ୯, ନୟାଗଡ଼ ୩୯, ନୂଆପଡ଼ା ୧୪, ପୁରୀ ୭୮, ରାୟଗଡ଼ା ୧୪, ସମ୍ବଲପୁର ୧୩, ସୋନପୁରରୁ ୧୧ ଏବଂ ସୁନ୍ଦରଗଡ଼ରୁ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୭୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୬୯,୧୮୫ରେ ପହଞ୍ଚିଥିବା ବେଳେ ୯,୪୫,୧୭୭ଜଣ ସୁସ୍ଥ ହୋଇଛନ୍ତି। ୧୮,୩୮୧ ଜଣ ଚିକିିତ୍ସିତ ହେଉଛନ୍ତି।

Share