ଆଜି ରାଜ୍ୟରୁ ୫୯ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୮।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୮୦୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସମ୍ବଲପୁରରୁ ସର୍ବାଧିକ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬ ଏବଂ ଯାଜପୁରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪, ବାଲେଶ୍ୱର ୪, ବରଗଡ଼ ୧, ବଲାଙ୍ଗୀର ୧, କଟକ୨, ଦେବଗଡ଼ ୩, ଗଜପତି ୧, ଝାରସୁଗୁଡ଼ା ୪, କେନ୍ଦୁଝର ୩, ଖୋର୍ଦ୍ଧା ୩, ମୟୂରଭଞ୍ଜ ୩, ନବରଙ୍ଗପୁର ୧, ନୟାଗଡ଼ ୩, ନୂଆପଡ଼ଶ ୨, ପୁରୀ ୨ ଏବଂ ରାୟଗଡ଼ାରୁ ମଧ୍ୟ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୮୦୩ରେ ପହଞ୍ଚିଥିବା ବେଳେ ୩,୩୫,୦୮୦ ଜଣ ସୁସ୍ଥ ହୋଇଛନ୍ତି। ୭୫୩ ଜଣ ଚିକିିତ୍ସିତ ହେଉଛନ୍ତି।

Share