ଆଜି ରାଜ୍ୟରେ ୨୮୭ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରବିବାର ୨୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୬୨ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୧୬୮ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୯ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୬୧ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୧, ବାଲେଶ୍ୱରରୁ ୫ ,ବରଗଡ଼ରୁ ୧୦, ଭଦ୍ରକରୁ ୨, ବଲାଙ୍ଗୀରରୁ ୧୧, ବୌଦ୍ଧରୁ ୩, କଟକରୁ ୧୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୬, ଗଞ୍ଜାମରୁ ୧, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୧୯, କନ୍ଧମାଳରୁ ୫, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୫୫, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୧୪, ନୟାଗଡ଼ରୁ ୬, ନୂଆପଡ଼ାରୁ ୭, ପୁରୀରୁ ୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୬, ସୁବର୍ଣ୍ଣପୁରରୁ ୬, ସୁନ୍ଦରଗଡ଼ରୁ ୫୭ ଓ ଷ୍ଟେଟ୍‌ ପୁଲ୍‌ରୁ ୧୨ ଜଣ ଅଛନ୍ତି।