Categories: ଜାତୀୟ

ଆଜି ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି। ଟୁଇଟ୍‌ ମାଧ୍ୟମରେ ମୋଦି କହିଛନ୍ତି, ଜଣେ ବିଦ୍ୱାନ, ରାଜନେତା ଏବଂ ସମ୍ମାନୀତ ନେତାଙ୍କ ମଧ୍ୟରୁ ଅନ୍ୟତମ ଲାଲକୃଷ୍ଣ ଆଡଭାନୀ ଭାରତକୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମୋଦି ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି। ସୂଚନାଯୋଗ୍ୟ, ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମ ପାକିସ୍ଥାନର କରାଚିରେ ୧୯୨୭, ନଭେମ୍ବର ୮ରେ ଏକ ହିନ୍ଦୁ ସିନ୍ଧି ପରିବାରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ କିଶାନଚାନ୍ଦ ଓ ମାତାଙ୍କ ନାମ ଜ୍ଞାନୀ ଦେବୀ ଥିଲା । ଭାରତ ବିଭାଜନ ସମୟରେ ତାଙ୍କ ପରିବାର ପାକିସ୍ଥାନ ଛାଡି ଭାରତ ପଲାଇଆସିଥିଲେ।

Share