ଆଜି ଶେଷ ହେବ କୋଣାର୍କ ଉତ୍ସବ: ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଚନ୍ଦ୍ରଭାଗା ବେଳାଭୂମିରେ କୋଣାର୍କ ଉତ୍ସବ ଅବସରରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଆମେରିକା, କାନାଡ଼ା, ରୁଷିଆ, ଆୟାର୍ଲାଣ୍ଡ, ଡେନମାର୍କ ଓ ଟୋଗୋର ୬ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଚଳିତ ବର୍ଷ ଏହି ଉତ୍ସବରେ ୧୨୧ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଡିସେମ୍ବର ୧ରୁ ଏହା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଶେଷ ହେବାକୁ ଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅତିଥି ଶିଳ୍ପୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା ପରମ୍ପରା ବିଷୟରେ ସେମାନଙ୍କୁ ଅବଗତ କରାଇଛନ୍ତି।

Share