ଆଜି ଶ୍ରାଦ୍ଧବାର୍ଷିକୀ: ଉତ୍କଳ ସମ୍ମିଳନୀ ପକ୍ଷରୁ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୪।୮(ବ୍ୟୁରୋ): ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜଭବନ ନିକଟସ୍ଥ ଏଲ୍‌ଆଇସି ଛକରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶବର୍ମାଙ୍କ ସଭାପତିତ୍ୱରେ ସମ୍ମିଳନୀର ସଦସ୍ୟାସଦସ୍ୟମାନେ ତାଙ୍କୁ ଓଡ଼ିଶାର ଲକ୍ଷ୍ମୀବାଇ, ଲୌହମାନବୀ ବୋଲି ମତ ରଖିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ନିମାଇଁ ଚରଣ ଦାସ, ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଅଶୋକ କୁମାର ପାଲଟାସିଂ ପ୍ରମୁଖ ସାମିଲ ହୋଇଥିଲେ।

Share