ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି

ପୁରୀ ଅଫିସ, ୨୧।୮-ଶ୍ରୀମନ୍ଦିରରେ ବୁଧବାର ରାହୁରେଖା ଲାଗି ହେବେ ମହାପ୍ରଭୁ। ଏଥିପାଇଁ ଅପରାହ୍ନ ପ୍ରାୟ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅର୍ଥାତ୍‌ ୫ଘଣ୍ଟା ଦର୍ଶନ ବନ୍ଦ ରହିବ। ପ୍ରଥମ ଭୋଗ ମଣ୍ଡପ ପୂଜା ପରେ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ରାହୁରେଖା ଲାଗି କରିବେ। ଏହି ନୀତି ସମ୍ପନ୍ନ ପରେ ପୁଣି ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ରାହୁରେଖା ଓଲାଗି ହୋଇ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ରାହୁରେଖା ଲାଗି ହୋଇଥାନ୍ତି।

Share