ଆଜି ସଙ୍ଗୀତ ପରିବେଷଣ କରିବେ କେକେ

କଟକ ଅଫିସ,୧୯ା୧୧ ବଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ କ୍ରୀଷ୍ଣାକୁମାର କୁନାଥ(କେକେ) ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ମଙ୍ଗଳବାର ଦେଖିବାକୁ ମିଳିବେ। ସୋମବାର ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେକେ ବାଲିଯାତ୍ରାରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଅଧିକମାତ୍ରାରେ ଉତ୍ସୁକ ଥିବା କହିଛନ୍ତି। କଟକକୁ ପ୍ରବେଶ କରିବା ବେଳରୁ ହିଁ ଭଲ ଲାଗୁଛି। ବାଲିଯାତ୍ରା ସମ୍ପର୍କରେ ଆଗରୁ ବହୁତ ଶୁଣିଛି। ଏହା ଦେଶର ଏକ ପ୍ରମୁଖ ବାଣିଜ୍ୟ ମେଳା ଭାବେ ପରିଚୟ ପାଇଛି। ପ୍ରଥମଥର ନିମନ୍ତେ ଏଠାରେ ଗୀତ ଗାଇବାର ସୁଯୋଗ ପାଇଛି ବୋଲି କେକେ କହିଛନ୍ତି।

Share