ଆଜି ସାବିତ୍ରୀ ବ୍ରତ: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମହିଳାଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ଆଜି ସାବିତ୍ରୀ ଅମାବାସ୍ୟା। ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଛନ୍ତି। ପରାମ୍ପରା ମୁତାବକ ମହିଳାମାନେ ନୂଆ ଶାଢ଼ି, ଚୁଡ଼ି, ଫଳମୂଳ ପୂଜା ସାମଗ୍ରୀ ଧରି ମନ୍ଦିରକୁ ପୂଜା କରିବାକୁ ଯାଇଥାନ୍ତି। ମାତ୍ର ଚଳିତବର୍ଷ କରୋନା ଯୋଗୁ ମନ୍ଦିର ନ ଯାଇ ଘରେ ଘରେ ପୂଜା କରିଛନ୍ତି ମହିଳାମାନେ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇଛି। କେବଳ ଏହି ମନ୍ଦିରଗୁଡ଼ିକରେ ଯଥାରୀତି ପୂଜା ହେଉଛି। ଜନଗହଳି ସମ୍ପୂର୍ଣ୍ଣ ବାରଣ ରହିଛି।

Share