ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ୍‌ ସେବା ଲକ୍ଷ୍ୟ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ବାତ୍ୟା ବୁଲ୍‌ବୁଲ୍‌ ଦ୍ୱାରା ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ବାତ୍ୟା କମିବାର ଦିନକ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଉପଭୋକ୍ତାଙ୍କୁ ପୂର୍ବବତ ସୁବିଧା ଯୋଗାଇ ଦିଆଯାଇଥିଲା। ବଳକା ୧ ଲକ୍ଷଙ୍କ ମଧ୍ୟରୁ ୮୦,୦୦୦ଙ୍କୁ ମଙ୍ଗଳବାର ସୁଦ୍ଧା ବିଦ୍ୟୁତ୍‌ ସୁବିଧା ଯୋଗାଇ ଦିଆଯାଇଛି। ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲାର ଉପଭୋକ୍ତାମାନେ ହିଁ ବୁଲ୍‌ବୁଲ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଉପରୋକ୍ତ ସ୍ଥାନରେ ସେବା ଯୋଗାଉଥିବା ସେସୁ ଏବଂ ନେସ୍କୋ ଅଧିକାରୀମାନଙ୍କ ସହଯୋଗ କାରଣରୁ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ହୋଇପାରିଥିବା କୁହାଯାଇଛି। ବୁଲ୍‌ବୁଲ୍‌ ପରେ ପ୍ରାୟ ୨୦,୦୦୦ ଉପଭୋକ୍ତା ବିଦ୍ୟୁତ୍‌ ଶକ୍ତିରୁ ବଞ୍ଚତ୍ତ ହୋଇଥିଲେ। ହେଲେ ବୁଧବାର ସା ସୁଦ୍ଧା ଏହି ଉପଭୋକ୍ତାଙ୍କୁ ପୂର୍ବପରି ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ଉପଭୋକ୍ତା ରହିଛନ୍ତି।

 

Share