Advertisement

ଆଜି ସୁଆର ମହାସୁଆର ନିର୍ବାଚନ

ପୁରୀ ଅଫିସ, ୯ା୮: ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ମୋଟ ୩୭ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୧୫ ଜଣ ନିର୍ବାଚିତ ହେବେ। କୋଇଲି ବୈକୁଣ୍ଠ ପରିସରରେ ଥିବା ନିଯୋଗ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯିବ। ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଗ ଗ୍ରହଣ ହେବ। ୧୧ ତାରିଖ ସକାଳ ୯ଟାରୁ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ନିର୍ବାଚିତ ୧୫ ଜଣଙ୍କ ମଧ୍ୟରୁ ସଭାପତି, ସମ୍ପାଦକ ପ୍ରମୁଖ କର୍ମକର୍ତ୍ତା ଚୟନ କରାଯିବ। ଶ୍ରୀମନ୍ଦିରର ସବୁଠୁ ବଡ଼ ନିଯୋଗ କୁହାଯାଉଥିବା ସୁଆର ମହାସୁଆର ନିଯୋଗ କ୍ଷମତା କାହା ହାତରେ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର। ନିଯୋଗର ତିନିଗୋଷ୍ଠୀ କ୍ଷମତା ହାତେଇବାକୁ ସବୁ ପ୍ରକାର ଉଦ୍ୟମ କରିଥିବାବେଳେ କିଏ ଏହି ନିଯୋଗ ପଦ ପଦବୀରେ ରହୁଛନ୍ତି ତାହା ରବିବାର ସ୍ପଷ୍ଟ ହୋଇଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel