ଆଜି ସୁନାବେଶ: ରତ୍ନ ଅଳଙ୍କାରରେ ଝଲସିବେ ଦାରୁବିଗ୍ରହ

ପୁରୀ ଅଫିସ, ୧୩।୭: ଆଷାଢ ଶୁକ୍ଳ ଦ୍ୱାଦଶୀ ଶନିବାର ଏହିଦିନ ସୁନାବେଶ ଓ ଶ୍ରୀଗରୁଡ଼ ଶୟନ ନୀତି। ପବିତ୍ର ତିଥିରେ ରଥାରୂଢ ଦାରୁବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ରଥ ଉପରେ ଅନୁଷ୍ଠିତ ହେଉଥିବା ସୁନାବେଶକୁ ବଡ଼ ତଢ଼ାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇ ଆସୁଛି। ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ବାହାରିବ ସୁନା ଓ ରୁପା ଅଳଙ୍କାର। ଠାକୁରମାନେ ରତ୍ନଅଳଙ୍କାର ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ।

Share