ଆଜ୍‌ମାରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର କରନ୍ତୁ ଏପରି…

ସଜନା ଛୁଇଁ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରକୁ ରଖିଥାଏ ସୁସ୍ଥ। ସଜନା ଛୁଇଁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ରହିଛି। ଏଥିରେ ଭିଟାମିନ୍‌ ସି ଥିବାରୁ ଏହା ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଥଣ୍ଡା ହେଲେ ଏକ ପାତ୍ରରେ ପାଣିନେଇ ସେଥିରେ ସଜନା ଛୁଇଁ ପକାଇ ଏହାର ବାଷ୍ପ ନେଲେ ଆରାମ ମିଳିଥାଏ। ସପ୍ତାହରେ ୨ ଥର ସଜନା ଛୁଇଁ ଖାଇଲେ ଆଜ୍‌ମା ଆଶଙ୍କା କମ୍‌ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଖଣିଜ, ଲୌହ, ଭିଟାମିନ୍‌-ବି-୬, ଫୋଲିକ୍‌ ଏସିଡ୍‌ ଆଦି ତତ୍ତ୍ୱ ରହିଛି। ଫଳ ଏହା ହାଡ ମଜବୁତ୍‌ କରିବା ସହିତ ପାଚନ ଶକ୍ତି ବଢାଇବାରେ ସହାୟକ ହୋଇଥାଏ। ମେଦବହୁଳତା ଓ ମୁଖ ବ୍ରଣ ସମସ୍ୟା ଏହା ଦୂର କରିଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ଏହାର ଜୁସ୍‌ ଅତ୍ୟନ୍ତ ଲାଭଦାୟୀ। ଗର୍ଭାବସ୍ଥାରେ ବିଭିନ୍ନ ଶାରୀରିକ ସମସ୍ୟାକୁ ଏହା ଦୂରେଇ ଦିଏ। ଏହାକୁ ଖାଇଲେ ମା’ମାନଙ୍କର ପ୍ରଚୁର ପରିମାଣରେ କ୍ଷୀର ହୋଇଥାଏ। ଏହା ଏକ ଜୀବାଣୁନାଶକ ଔଷଧ ଭାବେ ମଧ୍ୟ କାର୍ଯ୍ୟ କରିଥାଏ ।