ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ…

ଆଜ୍‌ମା ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ୧୫ ମିନିଟ୍‌ କଅଁଳ ଖରାରେ ବସିଲେ ସୁଫଳ ମିଳିଥାଏ। ଏଥିରେ ଭିଟାମିନ୍‌-ଡି ରହିଥାଏ। ଭିଟାମିନ୍‌-ଡି’ ଅନେକ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ପ୍ରାକୃତିକ ଭାବେ ଭିଟାମିନ୍‌-ଡି’ ସୂର୍ଯ୍ୟକିରଣରୁ ମିଳିଥାଏ। ଏହା ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରିଥାଏ। ଫଳରେ ଶ୍ୱାସ ସମ୍ପର୍କିତ ସମସ୍ତ ସମସ୍ୟା ଦୂର ହୋଇଥାଏ।