ହାଇଦ୍ରାବାଦ୍,୯।୬: ଆଜ୍ମାରୁ ମୁକ୍ତି ଲାଗି ହାଇଦ୍ରାବାଦ୍ର ପ୍ରଦର୍ଶନୀ ପଡ଼ିଆରେ ଏକ ଲକ୍ଷରୁ ଅଧିକ ଲୋକ ପହଞ୍ଚି ‘ମାଛ ପ୍ରସାଦମ୍’ ଗ୍ରହଣ କରିଛନ୍ତି। ଦୀର୍ଘ ୧୭୦ ବର୍ଷ ଧରି ଏଭଳି କାର୍ଯ୍ୟକୁ ବାଥିନୀ ପରିବାର ପକ୍ଷରୁ ମାଗଣାରେ ସମ୍ପନ୍ନ କରାଯାଉଥିବା ବାଥିନୀ ହରିନାଥ ଗୌଡ଼ ସୂଚନା ଦେଇଛନ୍ତି। ବାଥିନୀ ପରିବାର ସଦସ୍ୟ ଆଜ୍ମା ଚିକିତ୍ସା ଲାଗି ଏହି ଚମତ୍କାରୀ ଔଷଧ ପ୍ରଦାନ କରିଥାନ୍ତି। ଏହାର ପ୍ରସ୍ତୁତି ପ୍ରଣାଳୀ କେବଳ ବଥିନୀ ପରିବାର ସଦସ୍ୟଙ୍କ ହିଁ ଜଣାଥିବା ସେ କହିଛନ୍ତି। ହଳଦିଆ ଆୟୁର୍ବେଦ ପ୍ରଲେପ ମୁରେଲ୍ ମାଛ ଉପରେ ବୋଳି ଏହାକୁ ରୋଗୀଙ୍କୁ ଖାଇବାକୁ ଦିଆଯାଇଥାଏ। ଏହା ସହିତ ୪୫ ଦିନ ଲାଗି ଔଷଧ ମଧ୍ୟ ଦିଆଯାଇଥାଏ ବୋଲି ହରିନାଥ ଗୌଡ଼ ସୂଚନା ଦେଇଛନ୍ତି।