ଆଜ୍‌ମେର-ପୁରୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ଇଞ୍ଜିନ

ବଇଣ୍ଡା, ୭।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଷ୍ଟେଶନ ନିକଟରେ ଗୁରୁବାର ଆଜ୍‌ମେର-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟି ଇଞ୍ଜିନ ନଂ. ୧୮୪୨୨ ଜଳିଯାଇଥିବା ଜଣାପଡ଼ିଛି। ମାତ୍ର ଯାତ୍ରୀମାନେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ପ୍ରକାଶ ଯେ, ଆଜ୍‌ମେର-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ସମ୍ବଲପୁର ଦେଇ ପୁରୀ ଅଭିମୁଖେ ଯାଉଥିବା ବେଳେ ସରିଗିପାଲି ଷ୍ଟେଶନ ପରେ ଡିଜେଲ ଚାଳିତ ଇଞ୍ଜିନ ନଂ. ୧୮୪୨୨ରେ ନିଆଁ ଲାଗିଯାଇଥିଲା। ହଣ୍ଡପା ଷ୍ଟେଶନ ନିକଟରେ ଟ୍ରେନ୍‌ରେ ନିଆଁ ଲାଗିଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ହଣ୍ଡପା ଷ୍ଟେଶନ କର୍ମଚାରୀ ଓ ବଇଣ୍ଡା ଫାଣ୍ଡି ଅଧିକାରୀ ଏ.କେ ଗଡ଼ନାୟକ ଏ ନେଇ ଟ୍ରେନ୍‌ ଚାଳକଙ୍କୁ ସୂଚନା ଦେଇଥିଲେ। ପରେ ଷ୍ଟେଶନରେ ଥିବା ଅଗ୍ନିନିରାପକ ଯନ୍ତ୍ର ସାହାର୍ଯ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଉକ୍ତ ଇଞ୍ଜିନକୁ ବଦଳାଇ ଇଲେକ୍ଟ୍ରି ଇଞ୍ଜିନ ଲଗାଯିବା ପରେ ଟ୍ରେନ୍‌ଟି ପୁରୀ ଅଭିମୁଖେ ଯାଇଥିଲା।

Share