(FILES) In this photograph taken on February 4, 2000, Masood Azhar, chief of the Jaish-e-Mohammad (JeM), arrives to address a press conference in Karachi. - For eight days in 1999 the world watched in horror as hijackers diverted an Indian Airlines flight to Afghanistan and held the passengers hostage, the drama ending only when Delhi agreed to release three Kashmiri militants. One of the militants freed was Masood Azhar, who later went on to found Jaish-e-Mohammad (JeM), the militant group which claimed responsibility in February 2019 for the deadliest attack in three decades in Indian-held Kashmir. (Photo by Aamir QURESHI / AFP)
ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ସମୟସୀମା ଧାର୍ଯ୍ୟ କରିଥିବା ରିପୋର୍ଟକୁ ଚାଇନା ଅଗ୍ରାହ୍ୟ କରିଛି। ବରଂ ଏହି ସମସ୍ୟାଜଡ଼ିତ ପ୍ରସଙ୍ଗ ସମାଧାନ ଆଡକୁ ଯାଉଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି।
ପୁଲ୍ଓ୍ବାମା ଆକ୍ରମଣ ପରେ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଫ୍ରାନ୍ସ, ବ୍ରିଟେନ ଓ ଆମେରିକା ଜାତିସଂଘ ନିରାପତ୍ତା ପରିଷଦରେ ସାନି ପ୍ରସ୍ତାବ ରଖିଥିଲେ। କିନ୍ତୁ ଉକ୍ତ ପ୍ରସ୍ତାବ ଉପରେ ଚାଇନା କୌଣସି ମନ୍ତବ୍ୟ ନ ଦେଇ ଏଥିରେ ‘ବୈଷୟିକ ସ୍ଥିତାବସ୍ଥା’ ବଜାୟ ରଖିଛି।
ନିରାପତ୍ତା ପରିଷଦର ସଭ୍ୟ ଭାବରେ କୌଣସି ଏକ ପ୍ରସଙ୍ଗ ଉପରେ ଚାଇନାର ଭେଟୋ ପ୍ରୟୋଗ କରିବାର କ୍ଷମତା ରହିଛି। ସେହି ଦୃଷ୍ଟିରୁ ଆଝାର ପ୍ରସଙ୍ଗକୁ ୧୨୬୭ କମିଟିରେ ସମାଧାନ କରିବାକୁ ଚାଇନା ମତ ଦେଇଛି।
ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲୁ କାଙ୍ଗ ଏପ୍ରିଲ ୨୩ ସମୟସୀମା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହନ୍ତି, ଉପରୋକ୍ତ ୩ ଦେଶ ଆଝାର ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦରେ ଆଲୋଚନା ପାଇଁ ଚାପ ପକାଇପାରିବେ। ଏଥିପାଇଁ ଉଭୟ ନିରାପତ୍ତା ପରିଷଦ ଏବଂ ଏହାର ସହାୟକ ସଂସ୍ଥା ୧୨୬୭ କମିଟି ଏ ସଂକ୍ରାନ୍ତରେ ବିଧିବଦ୍ଧ ନିଷ୍ପତ୍ତି ନେଇପାରିବେ। ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା କ୍ଷେତ୍ରରେ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ। ସହଯୋଗ ମାଧ୍ୟମରେ ଉକ୍ତ ସମସ୍ୟାର ସମାଧାନ ହେବା ଉଚିତ। ଏ କ୍ଷେତ୍ରରେ କୌଣସି ପ୍ରକାର ଅଗ୍ରଗତି ସଦସ୍ୟ ରାଷ୍ଟ୍ରଙ୍କ ସହମତି ବିନା ସଫଳ ହୋଇପାରିବ ବୋଲି ବିଶ୍ୱାସ ହେଉନାହିଁ। ତେବେ ଏହି ପ୍ରସଙ୍ଗ ସମାଧାନ ଆଡକୁ ଗତି କରୁଛି ବୋଲି ଲୁ କାଙ୍ଗ ପ୍ରକାଶ କରିଛନ୍ତି।