ଆଞ୍ଚଳିକ ଖାଦ୍ୟ ସହ ଅବଗତ କରାଇବାକୁ ପ୍ରୟାସ

ଭୁବନେଶ୍ୱର, ୧୫।୨ ୧୪ା୨(ବ୍ୟୁରୋ): ବୀର ସୁରେନ୍ଦ୍ର ସାଏ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନ ୨୧ କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା ମଧ୍ୟରୁ ଅନ୍ୟତମ। ବିଭିନ୍ନ ରାଜ୍ୟର ଆଞ୍ଚଳିକ ଖାଦ୍ୟ ସମ୍ପର୍କରେ ଅବଗତ କରାଇବାକୁ ସଂସ୍ଥାନ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଏଠାରେ ଅନୁଷ୍ଠିତ ହୋଇଯାଇଛି ‘ମରାଠୀ ଖାଦ୍ୟୋତ୍ସବ’। ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ତଥା ‘କର୍ମଚାରୀ ଓ ଛାତ୍ର ବିନିମୟ’ କାର୍ଯ୍ୟକ୍ରମ ମାଧ୍ୟମରେ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ଭୁବନେଶ୍ୱର ଓ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ମୁମ୍ବାଇର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାଛଡ଼ା ସଂସ୍ଥାନ ଦ୍ୱାରା ‘ଆତିଥ୍ୟ ଓ ପର୍ଯ୍ୟଟନ ଶିଳ୍ପରେ ଉଦ୍ୟମଶୀଳତା-ନୂତନ ଟ୍ରେଣ୍ଡ ଓ ତା’ର ଆହ୍ବାନ’ ବିଷୟବସ୍ତୁ ଉପରେ ଦୁଇଦିନିଆ ଜାତୀୟସ୍ତରୀୟ ସମ୍ମିଳନୀ ମଧ୍ୟ ଆରମ୍ଭ ହୋଇଛି। ସମ୍ମିଳନୀକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ପର୍ଯ୍ୟଟନ ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ବିଭାଗୀୟ ଅଧିକାରୀବୃନ୍ଦ, ବହୁ ଲୋକପ୍ରିୟ ସେଫ୍‌, ହୋଟେଲ ଶିଳ୍ପପତି ଉତ୍ସବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଶେଷରେ ସଂସ୍ଥାନର ପ୍ରାଧାନଚାର୍ଯ୍ୟ ଶାରଦା ଘୋଷ ସମ୍ମିଳନୀର ବିପୁଳ ସଫଳତା ପାଇଁ କର୍ମଚାରୀ, ଛାତ୍ରୀଛାତ୍ର ଏବଂ ଅତିଥିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅବିନାଶ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share