Categories: ଜାତୀୟ

ଆଞ୍ଚଳିକ ଭାଷାରେ ପଢ଼ିହେବ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ,୪ା୭: ସୁପ୍ରିମକୋର୍ଟ ଏପରି ଏକ ସଫ୍ଟଓ୍ବେର ଆପ୍ଲିକେଶନ୍‌ ଲଞ୍ଚ କରିବାକୁ ଯାଉଛନ୍ତି ଯେଉଁଥିରେ ଲୋକେ ଅଦାଲତଙ୍କ ରାୟ ଇଂଲିଶ ସମେତ ନିଜ ଭାଷାରେ ମଧ୍ୟ ପଢ଼ିପାରିବେ। ଆଞ୍ଚଳିକ ଭାଷାଗୁଡ଼ିକ ମଧ୍ୟରେ ତାମିଲକୁ ଏଥିରେ ଅଧିକ ଗୁରୁତ୍ୱ ଦିଆଯିବ। ଏହାକୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଚାଲିଛି। ଏହି ଆପ୍‌ ଚଳିତ ମାସରେ ଲଞ୍ଚ କରାଯିବ। ଗୁଗୁଲ ଟ୍ରାନ୍ସଲେଶନ ଭଳି କାମ କରିବ। ଅପ୍ପୁ ଘରରେ ସୁପ୍ରିମକୋର୍ଟର ନୂଆ ଅଫିସ୍‌ ବିଲ୍ଡିଂ ଉଦ୍‌ଘାଟନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଲଞ୍ଚ କରିବେ ବୋଲି ଜଣାପଡ଼ିଛି। ହିନ୍ଦୀ ସମେତ ଆଞ୍ଚଳିକ ଭାଷାଗୁଡ଼ିକରେ ସୁପ୍ରିମକୋର୍ଟଙ୍କ ରାୟର ଅନୁବାଦ କରାଇ ତାକୁ ଲୋକଙ୍କ ପଢ଼ିବା ଲାଗି ବ୍ୟବସ୍ଥା କରିବା ହେଉଛି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ମାନସସନ୍ତାନ।

Share