ଆଟେଣ୍ଡାଣ୍ଟ ଭରସାରେ କୁଦୋପାଲି ଡାକ୍‌ତରଖାନା

ସୋହେଲା,୨୬ା୬ (ଡି.ଏନ୍‌.ଏ):ବରଗଡ଼ ଜିଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୯୮୯ ସାଲେ କୁଦୋପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥାପନ ହେଇଥିଲା। ରାଏଜ୍‌ ସରକାର ଇ ଡାକ୍‌ତରଖାନାକେ ମାହାଲିଆ ଉଷୋକଷା ସମେତ ଉନିଆ ସାଜୋସାମାନ ଯୁଗେଇ ଦେଇଛନ୍‌। ହେଲେ ଦୁଖକର କଥା ଇ ଡାକ୍‌ତରଖାନାରେ ଡାକ୍‌ତର, ଫାର୍ମାସିଷ୍ଟ, ନର୍ସ ଆର ପାଥୋ ଟେକ୍ନିସିଆନ୍‌ ନଁାଇଁନ। ଝନେ ଆଟେଣ୍ଡାଣ୍ଟ ଆର ସୁଇପର ଇଠାନେ ରୁଗୀସେବା କରୁଥିବାର ଦେଖ୍‌ବାକେ ମିଲୁଛେ।
ସୂଚନା ଅନ୍‌ସାରେ ଇ ଡାକ୍‌ତରଖାନାଟା ସୋହେଲାରୁ ପାଖାପାଖି ୧୬ କି.ମି. ଦୂରେ କନ୍‌କୁଜିଆ ରହିଥିଲାବେଲେ ଅଂଚଲଟା ମାଓବାଦୀ ପରବନ ଆଏ। ଇ ଡାକ୍‌ତରଖାନା ଉପରେ କୁଦୋପାଲି, କାଶୀପାଲି, ନେଗିମୁଣ୍ଡା, ମାଛିମୁରା, ବ୍ରାହ୍ମଣୀଡ଼ିହି, ପଣ୍ଡିକିପାଲି, ଅର୍ଜୁଣ୍ଡା ଆର ଛତିଶଗଡ଼ ରାଏଜର ସୀମାନାରେ ଥିବାର ଯୁବା, ଝାଏ ଜିରାପାଲି, ବୁନ୍ଦାମାଲ ଆଦି ଗଁାବାସୀ ନିରଭର କରୁଛନ୍‌। ଇଠାନେ ଦୁଇଝନ୍‌ ଡାକ୍‌ତର, ଝନେ ଫାର୍ମାସିଷ୍ଟ, ଝନେ ଏଏନ୍‌ଏମ୍‌(ନର୍ସ), ଝନେ ଆଟେଣ୍ଡାଣ୍ଟ ଆର ଝନେ ସୁଇପର ରହିବାର ଲାଗି ସରକାର ବେବସ୍‌ତା କରିଛନ୍‌। ହେଲେ ଇଠାନେ ଥିବାର ଅୟୁଷ ଡାକ୍‌ତରକୁଁ ସୋହେଲା ଡାକ୍‌ତରଖାନାକେ ଡେପୁଟେସନରେ ନିଆଯାଇଛେ। ସେନ୍‌ତା ଗଲା ୩ ମାସ ତଲେ କାମ୍‌ କରୁଥିବାର ଡାକ୍‌ତର ଚିନ୍ମୟ ପଧାନ ଚାକିରୀରୁ ଇସ୍ତଫା ଦେଇଛନ୍‌। କହେବାକେ ଗଲେ ଏହେଦେ ଇଠାନେ ଡାକ୍‌ତର ବଲି କେହି ନାଇଁ। ସେନ୍‌ତା ଇଠାନେ କାମ୍‌ କରୁଥିବାର ଫାର୍ମାସିଷ୍ଟ ସୁଶାନ୍ତ କୁମାର ଭୋଇକୁଁ ୫ ବଛର ହେଲା ପାଣିମୋରା ଡାକ୍‌ତରଖାନାକେ ଡେପୁଟେସନରେ ପଠାଯାଇଛେ। ତାକର ଜାଗାରେ ପଣ୍ଡକିପାଳିରେ କାମ୍‌ କରୁଥିବାର ଝନେ ସୁଆସ୍‌ତିଅ କରମୀକୁଁ ଇଠାନେ ଫାର୍ମାସିଷ୍ଟ କାଯ୍‌ ତୁଲାବାର ଲାଗି ଡେପୁଟେସନରେ ଦିଆଯାଇଛେ। ସେ ବି ଦିନାକେତେ ହେଲା ଦୁରଘଟନାର ଶିକାର ହେଇ କଟକରେ ଚିକିସତ୍ିତ ହେଉଛନ୍‌। ଡାକ୍‌ତରଖାନା ଆରମ୍‌ ଦିନୁ ଇଠାନେ ନର୍ସ ନଁାଇଁନ। ଆଗ୍‌ରୁ ଡାକ୍‌ତର ଥିଲାବେଲେ ଚିକିସତ୍ା ଲାଗି ରୁଗୀମାନେ ଆସୁଥିଲେ। ଏହେଦେ ଡାକ୍‌ତର ଅଭାବୁ ରୁଗୀମାନେ ସୋହେଲା, ବରଗଡ଼ ଚିକିସତ୍ା ଲାଗି ଯିବାର ସଂଗେ ଅଧ୍‌କା ଟଁକା ପଏସା ଖରଚ୍‌ କରି ହଇରାନ ହରକତ୍‌ ହେଉଛନ୍‌। ଗଲା ମାସ ଡାକ୍‌ତରଖାନାର କୁଠାମାନ ମରାମତି କରବାର ସଂଗେ ବାଡ଼ା ତିଆର ହେଇଛେ। ହେଲେ ଇଠାନେ ପାଏନ୍‌ର ବିଲକୁଲ ବେବସ୍‌ତା ନଁାଇଁନ। ବାଡ଼ା ବାହାରେ ଥିବାର ଗୁଟେ ନଲ୍‌ଚୁଅଁାରୁ ପାଏନ୍‌ ଆନି ଡାକ୍‌ତରଖାନାର କାମ୍‌ ଚଲାଯାଉଛେ। ଏନ୍‌ତା କି ଡାକ୍‌ତରଖାନାରେ ପାଇଖାନାର ବେବସ୍‌ତା ବି ନଁାଇଁନ, ମୁଇଁ କୁଟୁମ ଧରି ଇଠାନେ ରହୁଛେଁ, ରାଏତ୍‌ ହେଲେ ଭେଲା ଭେଲା ସଁାପ୍‌ କଁଟିଆ ବାହାରୁଛନ୍‌ ବଲି ଆଟେଣ୍ଡାଣ୍ଟ ଚିତ୍ରସେନ ଭୋଇ କହିଛନ୍‌। ଇ ବାବ୍‌ଦେ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ସମୀର କୁମାର ପଣ୍ଡାକୁଁ ପଚରାଲାରୁ ଇ ସବୁ ସତ୍‌ କଥା, ହେଲେ ସୋହେଲା ଡାକ୍‌ତରଖାନାରେ ଡାକ୍‌ତର ଅଭାବ ରହିଛନ୍‌। ସେଥିଲାଗି ଆମେ କାହାକେ ଡେପୁଟେସନରେ କୁଦୋପାଲି ଡାକ୍‌ତରଖାନାକେ ପଠେଇ ନାଇଁ ପାରବାର ବଲି ସେ କହିଥିଲେ। ହେଲେ ଇ ଦିଗେ ଜିଲା ପରଶାସନ, ସୁଆସ୍‌ତିଅ ବିଭାଗ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସମସିଆର ସମାଧାନ କରବାକେ ଅଂଚଲବାସୀ ଦାବି କରିଛନ୍‌।

Share