Categories: ଜାତୀୟ

ଆଟେନ୍‌ବରୋଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ବିଶିଷ୍ଟ ପ୍ରକୃତିବାଦୀ ତଥା ପ୍ରସାରକ ଭାବେ ଜଣାଶୁଣା ସାର୍‌ ଡେଭିଡ୍‌ ଆଟେନ୍‌ବରୋଙ୍କୁ ୨୦୧୯ ବର୍ଷର ଇନ୍ଦିରା ଗାନ୍ଧୀ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ପୁରସ୍କାର ପ୍ରଦାନ କରାଯିବ। ତାଙ୍କ ନାମକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନେତୃତ୍ୱରେ ଗଠିତ ଅନ୍ତର୍ଜାତୀୟ ବିଚାରକମଣ୍ଡଳୀ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ୍‌ ଟ୍ରଷ୍ଟ ଦ୍ୱାରା ମନୋନୀତ କରାଯାଇଛି। ଇନ୍ଦିରା ଗାନ୍ଧୀ ମେମୋରିଆଲ୍‌ ଟ୍ରଷ୍ଟର ସମ୍ପାଦକ ସୁମନ୍‌ ଦୁବେ କହିଛନ୍ତି, ଆଟେନ୍‌ବରୋ ପୃଥିବୀରେ ନିରବଚ୍ଛିନ୍ନ ଭାବେ ପ୍ରକୃତି ସହ ଜଡ଼ିତ ହୋଇ ମାନବ ସମାଜକୁ ଜାଗ୍ରତ କରାଇବା ଓ ଜୈବ ବିପତ୍ତିରୁ ମଣିଷକୁ ରକ୍ଷାକରିବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି।

Share