Categories: ଖେଳ

ଆଟ୍‌ଲାଣ୍ଟାକୁ ଚାମ୍ପିୟନ୍ସ ଲିଗ୍‌ ଯୋଗ୍ୟତା

ରୋମ୍‌,୨୭।୫(ପିଟି)- ଆଟ୍‌ଲାଣ୍ଟା ବିଜୟ ସହ ପ୍ରଥମ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ସିରି ଏ’ ଲିଗ୍‌ ମ୍ୟାଚ୍‌ରେ ଇଣ୍ଟର ମିଲନଙ୍କୁ ୧-୨ ଗୋଲରେ ଇମ୍‌ପୋଲି ପରାସ୍ତ କରିଥିବାବେଳେ ଆଟ୍‌ଲାଣ୍ଟା ୩-୧ ଗୋଲରେ ସାସୁଲୋକୁ ହରାଇ ଦେଇଛି। ବିଜୟ ସହ ଇମ୍‌ପୋଲି ଓ ଆଟ୍‌ଲାଣ୍ଟ ଅନ୍ତିମ ଦୁଇ ଦଳ ଭାବେ ଚାମ୍ପିୟନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିଛନ୍ତି। ଅନ୍ୟପକ୍ଷରେ ଏସି ମିଲନ ଦଳ ତା’ର ଅନ୍ତିମ ମ୍ୟାଚ୍‌ ଜିତିବା ସତ୍ତ୍ୱେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହି ଚାମ୍ପିୟନ୍ସ ଲିଗ୍‌ରୁ ବାଦ୍‌ ପଡ଼ିଛି। ଚଳିତ ସିଜନ ଦଳ ପାଇଁ ଚମତ୍କାର ଥିବା ଆଟ୍‌ଲାଣ୍ଟ କ୍ଲବ ସଭାପତି ଆଣ୍ଟିନୋ ପରକାସି କହିଛନ୍ତି।

Share