Categories: ଖେଳ

ଆଟ୍‌ଲେଟିକୋ ମାଡ୍ରିଡ୍‌ରେ ଯୋଗଦେବେ ପିଏସ୍‌ଜି ଷ୍ଟାର

ଲୋରିଏଣ୍ଟ(ଫ୍ରାନ୍ସ),୨୦।୧(ଏଏଫ୍‌ପି)- ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) କ୍ଲବର ଷ୍ଟାର ଇଡିନସନ କାଭାନି ଦଳ ଛାଡ଼ିବା ନେଇ ଜଣାଇ ଦେଇଛନ୍ତି। ସେ ଲା ଲିଗା ଲିଗ୍‌ କ୍ଲବ ଆଟ୍‌ଲେଟିକୋ ମାଡ୍ରିଡ୍‌ରେ ଯୋଗଦେବେ। ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆମେ ଏବେ ସମସ୍ତ ସମ୍ଭାବନା ଉପରେ ନଜର ରଖିଛୁ ବୋଲି ଲୋରିଏଣ୍ଟକୁ ୧-୦ ଗୋଲରେ ହରାଇବାପରେ ପିଏସ୍‌ଜି ଖେଳାଳି ଲିଓନାର୍ଡୋ କହିଛନ୍ତି। ରବିବାର ମିଳିଥିବା ବିଜୟ ଯୋଗୁ ଦଳ ଫ୍ରେଞ୍ଚ କପ୍‌ର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କିନ୍ତୁ ଦଳର ରେକର୍ଡ ଗୋଲ ସ୍କୋରର ଉରୁଗୁଏ ଷ୍ଟ୍ରାଇକରଙ୍କୁ ପିଏସ୍‌ଜି ଛାଡ଼ିବାକୁ ଚାହୁଁନାହିଁ। ପିଏସ୍‌ଜି ଦଳରେ ଜଡ଼ିତ ହେବା ପରେ କାଭାନି ଏପର୍ଯ୍ୟନ୍ତ ୧୯୮ ଗୋଲ କରିସାରିଛନ୍ତି। କିନ୍ତୁ ସେ ଏବେ ଆଉ ପ୍ରଥମ ପସନ୍ଦ ଷ୍ଟ୍ରାଇକର ଭାବେ ଖେଳିବାକୁ ସୁଯୋଗ ପାଉନାହାନ୍ତି। କାରଣ ଦଳରେ ମୁରୋ ଇକାର୍ଡି ତାଙ୍କ ସ୍ଥାନରେ ଖେଳୁଛନ୍ତି। ଏ ଟ୍ରାନ୍ସଫର ସମ୍ପର୍କରେ ପିଏସ୍‌ଜି କୋଚ୍‌ ଥୋମାସ ଟଚେଲ କିଛି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି।

Share