ଆଠମଲ୍ଲିକରେ ବିଜେଡିର ବାଜିମାତ: ୪୭,୧୩୫ ଖଣ୍ଡ ଭୋଟରେ ରମେଶ ସାଏ ବିଜୟୀ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ୬୩ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳିରେ ବାଜିମାରିଛି ବିଜେଡି। ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଭାଗୀରଥି ପ୍ରଧାନଙ୍କଠାରୁ ୪୭ ହଜାର ୧୩୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସାଏ ମୋଟ ୮୬୧୩୦ ଖଣ୍ଡ ଭୋଟ ହାତେଇଛନ୍ତି। ସେହିପରି ଭାଗୀରଥି ପ୍ରଧାନ ୩୮୯୯୫ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ୩୦୮୮୮ ଖଣ୍ଡ ଭୋଟରେ ସୀମିତ ରହିଛନ୍ତି।