ଆଠମଲ୍ଲିକରେ ରମେଶ ସାଏ ୧୩୪୦୪ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୧୪ ରାଉଣ୍ଡ ଶେଷସୁଦ୍ଧା ୧୩୪୦୪ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ମୋଟ୍‌ ୩୧୧୧୪ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ ୧୭୭୪୦ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ବିଜୟାନନ୍ଦ ଚାଉଳିଆ ୧୦୦୦୧ଭୋଟ ପାଇଛନ୍ତି।