Categories: ଜାତୀୟ

ଆଡଓ୍ବାଣୀଙ୍କ ରେକର୍ଡ ଭାଙ୍ଗିଲେ ଶାହ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟ ଗାନ୍ଧୀନଗର ଆସନରୁ ବିପୁଳ ଭୋଟରେ ବିଜୟ ହୋଇଛନ୍ତି। ଶାହ ୫ ଲକ୍ଷ ୫୪ ହଜାର ୫ ଶହ ୬୮ ଭୋଟରେ ବିଜୟୀ ହୋଇ ଲାଲ୍‌କୃଷ୍ଣ ଆଡଓ୍ବାଣୀଙ୍କ ବିଜୟ ରେକର୍ଡ ଭଙ୍ଗ କରିଛନ୍ତି। ଶାହଙ୍କୁ ନୂଆଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଭବ୍ୟ ସ୍ବାଗତ କରାଯାଇଛି। ତାଙ୍କ ଉପରେ ଭାଜପାକର୍ମୀ ଫୁଲ ବର୍ଷା କରିଛନ୍ତି।

Share