Categories: ଖେଳ

ଆଡଭାନୀଙ୍କୁ ଏସିଆନ ସ୍ନୁକର ଟୁର୍‌ ଟାଇଟଲ

ବେଙ୍ଗାଲୁରୁ, ୨୬ା୪ (ପି.ଟି.)-ଇରାନର ଏହେସାନ ହେଦାରି ନେଜହାଦ୍‌ଭଙ୍କୁ ୬-୪ରେ ପରାସ୍ତ କରି ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଉଦ୍‌ଘାଟନୀ ଏସିଆନ ସ୍ନୁକର  ଟୁର୍‌ ଟାଇଟଲ ହାସଲ କରିଛନ୍ତି। ୨୧ଥର ବିଶ୍ୱ ସ୍ନୁକର ଓ ବିଲିୟାଡର୍‌ସ ଚାମ୍ପିୟନ ଆଡଭାନୀ ସେମିଫାଇନାଲରେ ମ୍ୟାନମାରର ଅଙ୍ଗ୍‌ ଫାଇଓଙ୍କୁ ୫-୨ରେ ହରାଇ ଦେଇଥିଲେ। ଆଡାଭାନୀ ଏହା ପୂର୍ବରୁ ଚାଇନାରେ ଅନୁଷ୍ଠିତ ଦ୍ୱିତୀୟ ଲେଗ୍‌ରେ ବିଜୟ ହାସଲ କରିସାରିଛନ୍ତି। ଟୁର୍‌ର ଫାଇନାଲ ଲେଗ୍‌ ବେଙ୍ଗାଲୁରୁରେ ହେବ। ଏଥିରେ ଓଭରାଲ ଏସିଆନ ଟୁର୍‌ ଚାମ୍ପିୟନ ନିର୍ଦ୍ଧାରିତ ହେବ।

Share