Categories: ଖେଳ

ଆଡଭାନୀଙ୍କୁ ୧୦ମ ଜାତୀୟ ବିଲିୟାର୍ଡ୍ସ ଟାଇଟଲ

ପୁଣେ, ୨୯ା୧ (ପି.ଟି.)-ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡ୍‌ଭାନୀ ୧୦ମ ଥର ପାଇଁ ଜାତୀୟ ସିନିୟର ବିିଲିୟାଡର୍‌ସ ଟାଇଟଲ ହାସଲ କରିଛନ୍ତି। ଏଠାରେ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ସେ ସୌରଭ କୋଠାରୀଙ୍କ ବିପକ୍ଷରେ ୫-୨ରେ ବିଜୟ ହାସଲ କରିଛନ୍ତି। ସିନିୟର କାଟେଗୋରିରେ ୧୦ମ ହୋଇଥିଲେ ମଧ୍ୟ ମୋଟ ଉପରେ ଏହା ହେଉଛି ତାଙ୍କର ୩୩ତମ ଟାଇଟଲ। ସେମିଫାଇନାଲରେ ଆଡଭାନୀ ଗୁଜରାଟର ଧ୍ୱଜ ହାରିଆଙ୍କୁ ୫-୦ରେ ପରାସ୍ତ କରିଥିଲେ।

Share