Categories: ଜାତୀୟ

ଆଡଭାନୀଙ୍କ ପାଇଁ ପ୍ରତିବର୍ଷ ଜନ୍ମଦିନରେ ଚକୋଲେଟ କେକ୍‌ ଆଣୁଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଭାଜପାର ବରିଷ୍ଠ ନେତା ଲାଲକୃ୍‌ଷ୍ଣ ଆଡଭାନୀ ଭାବୁକ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁଷମାଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ମନେପକାଇ ସେ କହିଛନ୍ତି, ସେ ଜଣେ ଉଚ୍ଚକୋଟୀର ମଣିଷ ଥିଲେ। ବ୍ୟକ୍ତିଗତ ଭାବେ ତାଙ୍କ ସମ୍ପର୍କ ଗଭୀର ଥିଲା। ପ୍ରତିବର୍ଷ ମୋ ଜନ୍ମଦିନରେ ସେ ମୋ ପସନ୍ଦର ଚକୋଲେଟ କେକ୍‌ ନେଇ ଆସିବାକୁ କେବେ ବି ଭୁଲନ୍ତି ନାହିଁ ବୋଲି ସେ କହିଛନ୍ତି। ପ୍ରନ୍ୟେକ ମହିଳାଙ୍କ ପାଇଁ ସେ ରୋଲ୍‌ ମଡେଲ ଥିଲେ। ୧୯୮୦ରେ ମୁଁ ଭାଜପା ସଭାପତି ଥିବାବେଳେ ଜଣେ ଯୁବ କାର୍ଯ୍ୟକର୍ତ୍ତା ଭାବେ ସେ କାର୍ଯ୍ୟ କରୁଥିଲେ। ଭାଜପାରେ ଯୋଗଦେବା ପରେ ସେ ଦଳର ଜଣେ ଲୋକପ୍ରିୟ ନେତ୍ରୀ ଭାବେ ପରିଗଣିତ ହୋଇଥିଲେ ବୋଲି ଆଡଭାନୀ କହିଛନ୍ତି।

Share