ନୂଆଦିଲ୍ଲୀ, ୨୪।୫: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀମନୋହର ଜୋଷୀଙ୍କୁ ଭେଟି ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଜପାର ଐତିହାସିକ ବିଜୟର ଶ୍ରେୟ ଆଡଭାନୀଙ୍କୁ ଦେଇଛନ୍ତି ମୋଦି। ନିଜ ଟୁଇଟରରେ ସେ ଲେଖିଛନ୍ତି, ଆଡଭାଣୀ ଜୀ ଏବଂ ମୂରଲୀ ମନୋହର ଜୀଙ୍କ ଭଳି ମହାନ ନେତାଙ୍କ ଯୋଗୁ ହଁି ଦଳ ଆଜି ଏହି ଶିଖରରେ ପହଞ୍ଚି ପାରିଛି। ମୂରଲୀମନୋହର ଜୀ ଜଣେ ବିଦ୍ୱାନ ଲୋକ। ତାଙ୍କର ମାର୍ଗଦର୍ଶନରେ ଦଳର କାର୍ଯ୍ୟକର୍ତ୍ତା ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ମୋଦିଙ୍କ ତେନତୃତ୍ୱାଧୀନ ଏନଡିଏ ବିଜୟ ହେବା ପରେ ଉଭୟ ଆଡଭାନୀ ଏବଂ ମୂରଲୀମନୋହର ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।