Categories: ଖେଳ

ଆଡ୍‌ଭାନୀ ଫାଇନାଲରେ

ମଣ୍ଡାଲେ (ମ୍ୟାନ୍‌ମାର), ୧୫ା୯ (ପି.ଟି.)-ଭାରତର ଟପ୍‌ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଚାଲିଥିବା ଆଇବିଏସ୍‌ଏଫ୍‌ ଓ୍ବାଲର୍‌ଡ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଇଂଲଣ୍ଡର ମାଇକ୍‌ ରସେଲଙ୍କୁ ସେ ୫-୨ରେ ହରାଇ ଦେଇଛନ୍ତି। କ୍ୟାରିୟରର ୨୨ତମ ବିଶ୍ୱ ଟାଇଟଲ ଲକ୍ଷ୍ୟରେ ଥିବା ଆଡଭାନୀ ଫାଇନାଲରେ ସ୍ଥାନୀୟ ଖେଳାଳି ନେ ଥ୍ବେ ଉ’ଙ୍କୁ ଭେଟିବେ। ସୂଚନାଯୋଗ୍ୟ, ଥ୍ବେ ଉ’ ଗତବର୍ଷ ଫାଇନାଲରେ ଆଡଭାନୀଙ୍କଠାରୁ ପରାସ୍ତ ହେବା ପୂର୍ବରୁ ରସେଲଙ୍କୁ ସେମିଫାଇନାଲରେ ପରାସ୍ତ କରିଥିଲେ।

Share