ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ ୧୦ ମିନିଟ୍‌ କାଳ ଏଠାକାରର ବରଫ ସ୍ରୋତରେ ପହଁରିଛନ୍ତି। ବିଟ୍ରେନ୍‌ର ଲୁଇସ୍‌ ପୁଘ୍‌ ଏପରି କରି ଏକ ନୂଆ ରେକର୍ଡ କରିଛନ୍ତିି। ତାଙ୍କ ପୂର୍ବରୁ ଏଭଳି କାର୍ଯ୍ୟ କେହି କରି ନ ଥିବା କୁହାଯାଉଛି। ସେ ସୁପ୍ରା ଗ୍ଲାସିୟର ହ୍ରଦରେ ଏଭଳି କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକାରେ ହିମ ପାହାଡ଼ ତରଳିବାରେ ଲାଗିଛି। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ସେ ପହଁରିଥିବା ଟୁଇଟ୍‌ କରି କହିଛନ୍ତି।

Share